ଖୋର୍ଦ୍ଧା ଅଫିସ,୮ା୪: ଖୋର୍ଦ୍ଧା ବ୍ଲକ ତୋଟାପଡା ଗ୍ରାମରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛି ପୋଲିସ। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ବୁଧବାର ଏହି ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରିଥିଲେ। ହାତକୁ ବାରମ୍ବାର ଧୋଇବା ସହ ପରିବେଶକୁ ସ୍ବଚ୍ଛ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଗ୍ରାମରେ ଘରକୁ ଘର ବୁଲି ବୃଦ୍ଧା, ବୃଦ୍ଧ, ବରିଷ୍ଠ ନାଗରିକ, ଗରିବ ଶ୍ରେଣୀର ଲୋକଙ୍କୁ ୨ଶହରୁ ଊର୍ଦ୍ଧ୍ୱ ମାସ୍କ ବାଣ୍ଟିଥିଲେ। ଏସ୍ଆଇ ଆର୍ତ୍ତତ୍ରାଣ ନନ୍ଦ, ଏଏସ୍ଆଇ କୁମର ବେହେରା ପ୍ରମୁଖ ସହଯୋଗ କରିଥିଲେ।