ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିଲା ଏମ୍‌ସିଏଲ୍‌

ସମ୍ବଲପୁର, ୧୭।୪ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ତାଳଚେର ଜଗନ୍ନାଥ କ୍ଷେତ୍ର ପକ୍ଷରୁ ପଦ୍ମାବତୀପୁର ଗ୍ରାମବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କୋଭିଡ- ୧୯ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଉପସ୍ଥିତିରେ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି. ବ୍ରହ୍ମପୁରକାର ପଦ୍ମାବତୀପୁର ଓ ଡେରା ଗ୍ରାମବାସୀଙ୍କୁ ୪ ହଜାର ମାସ୍କ ଓ ୪ଶହ ସାନିଟାଇଜର ପ୍ରଦାନ କରିଥିଲେ । ଜଗନ୍ନାଥ କ୍ଷେତ୍ର ଅନ୍ତର୍ଭୁକ୍ତ ଘଣ୍ଟପଡା, ଗୁରୁଜଙ୍ଗ ଓ କନ୍ଧାଲ ଗ୍ରାମବାସୀଙ୍କୁ ମଧ୍ୟ ଜଗନ୍ନାଥ କ୍ଷେତ୍ର ମେଡିକାଲ ଅଧିକାରୀ ଡା. ମନୋଜ ରାଏ ୪ହଜାର ୫ଶହ ମାସ୍କ ଓ ୪୨୦ ସାନିଟାଇଜର ବଣ୍ଟନ କରିଥିଲେ ।

Share