ଆପଣ ଯଦି କିଛି ଭଲ କରିବାକୁ ଚାହୁଁଥାନ୍ତି ତେବେ ବୟସର କୌଣସି ଆବଶ୍ୟକତା ପଡ଼ି ନ ଥାଏ। କେବଳ ଅଦମ୍ୟ ଇଚ୍ଛାଶକ୍ତି ଆଗକୁ ବଢ଼ିବାର ପ୍ରେରଣା ଯୋଗାଇ ଥାଏ। ଏମିତି କିଛି କରି ଦେଖାଇଛନ୍ତି ଆମେରିକାର ଟେକ୍ସାସରେ ରହୁଥିବା ଦୁଇ ଭଉଣୀ। ଏହି ଦୁଇ ଭଉଣୀଙ୍କ ଯୋଗୁ ହଜାର ହଜାର ଲୋକଙ୍କୁ ସ୍ବଚ୍ଛ ପାଣି ମିଳିପାରୁଛି। ୧୫ ବର୍ଷୀୟା ଇସାବେଲ୍ ଏବଂ ୧୨ ବର୍ଷୀୟା କ୍ୟାଥରନ୍ ପେପରରେ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଏହାକୁ ବିକି ଏଥିରୁ ଯେଉଁ ଟଙ୍କା ରୋଜଗାର କରନ୍ତି ତାହାକୁ ସଂଗ୍ରହ କରି ‘ପେପର ଫର୍ ଓ୍ବାଟର’ନାମରେ ଏକ ସଂସ୍ଥା ଗଢ଼ିଛନ୍ତି। ଯେଉଁ ସଂସ୍ଥା ଜରିଆରେ ଲୋକେ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ୨୦୧୨ ମସିହାରେ ଇସାବେଲ୍ଙ୍କୁ ୮ ବର୍ଷ ଏବଂ କ୍ୟାଥରିନ୍ଙ୍କୁ ୫ ବର୍ଷ ହୋଇଥିଲା ସେତେବେଳେ ଦୁହେଁ ଅନୁମାନ କରିଥିଲେ ଆମେରିକା ପରି ବିକାଶଶୀଳ ଦେଶର ମହିଳାମାନେ କାହିଁକି ଅଧିକ ପଢ଼ି ପାରୁନାହାନ୍ତି। କାରଣ ପାଣି ଆଣିବା ପାଇଁ ଘରର ମହିଳାମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଥିଲା। ଯେଉଁଥିପାଇଁ ମହିଳାମାନେ ସବୁବେଳେ ବ୍ୟସ୍ତ ରହୁଥିଲେ। ଫଳରେ ପାଠପଢ଼ା ପ୍ରତି ଧ୍ୟାନ ଦେଉ ନ ଥିଲେ। ତେଣୁ ଦୁଇ ଭଉଣୀଙ୍କୁ ଏହା ପ୍ରଭାବିତ କରିଥିଲା। କେମିତି ପାଣିର ସୁବିଧା କରିବେ। ଆଉ ମହିଳାମାନଙ୍କୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡ଼ିବନି। ତେଣୁ ପେପରରେ ଓରିଗାମୀ ଗହଣା ଏବଂ ରାଜାବଟି ପିସ କରିବାକୁ ନିଷ୍ପତ୍ତି ନେଲେ। ପେପରୁ ତିିଆରି ଉତ୍ପାଦ ବିକି ଦୁଇ ଭଉଣୀ ୧୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ୧୭ଟି ଦେଶରେ ୧୭୦ଟି ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଦାନ କରିଦେଇଛନ୍ତି। ଫଳରେ ହଜାର ହଜାର ଲୋକ ବିଶୁଦ୍ଧ ପାଣି ପାଇପାରୁଛନ୍ତି।