Categories: ଜାତୀୟ

ଲୋକଙ୍କ ପାଇଁ ବନ୍ଦ ହେଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭୟରେ ରାଷ୍ଟ୍ରପତି ଭବନରେ ବାହାର ଲୋକଙ୍କ ପ୍ରବେଶକୁ ଶୁକ୍ରବାରଠାରୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପରିସରକୁ କୌଣସି ପର୍ଯ୍ୟଟକ ଯାଇପାରିବେ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି। ରାଷ୍ଟ୍ରପତି ଭବନ ମ୍ୟୁଜିୟମ କମ୍ପ୍ଲେକ୍ସ ଓ ଚେଞ୍ଜ୍‌ ଅଫ୍‌ ଗାର୍ଡ ଉତ୍ସବ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ ବୋଲି ମୁଖପାତ୍ର କହିଛନ୍ତି।

Share