ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ

ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ ମେ ମାସରେ ଏହା ଚାଇନା ଏବଂ ଦୁବାଇକୁ ୯୭ଟି ହାତୀ ବିକ୍ରି କରିଥିଲା। ଏଥିରେ ଜିମ୍ବାଓ୍ବେ ୨୦ କୋଟି ଟଙ୍କା ପାଇଥିଲା। ଏନେଇ ଆୟୋଜିତ ପରିବେଶ ସମ୍ମଳନୀରେ ଆଫ୍ରିକୀୟ ସଂଘ ଏବଂ ଜାତିସଂଘ ମଧ୍ୟରେ ଆଲୋଚନା ହୋଇଛି। ଏସମ୍ପର୍କରେ ଜିମ୍ବାଓ୍ବେ ପର୍ଯ୍ୟଟନ ମନ୍ତ୍ରୀ ପ୍ରିସ୍କା ମୁଫୁମିରା ସୂଚନା ଦେଇଛନ୍ତି। ଏବେ ଦେଶରେ ୮୪ ହଜାର ହାତୀ ଅଛନ୍ତି ବୋଲି ସେ କହିଛନ୍ତି।

Share