Categories: ଜାତୀୟ

ଲୋକଙ୍କ ସୁଖଦୁଃଖ ବୁଝୁଥିବା ଜଣେ କ’ଣ ହୋଇପାରେ ଆତଙ୍କବାଦୀ: କେଜରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି କହିଥିବା ଭାଜପା ନେତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଝିଅ ହର୍ଷିତା। ସେ ପ୍ରଶ୍ନ କରିଛନ୍ତି ଯେ, ଲୋକଙ୍କ ସୁଖଦୁଃଖ ବୁଝୁଥିବା ଏବଂ ବିକାଶ ଧାରା ଅବ୍ୟାହତ ରଖିଥିବା ଜଣେ କ’ଣ ଆତଙ୍କବାଦୀ ହୋଇପାରେ। ସେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଭିନ୍ନ ସଫଳତା ସମ୍ପର୍କରେ ଟୁଇଟ୍‌ କରି କହିଛନ୍ତି। ତେବେ ଏହାର ଉତ୍ତର ଦିଲ୍ଲୀର ସାଧାରଣ ଜନତା ଫେବୃୟାରୀ ୧୧ରେ ଦେବେ ବୋଲି ହର୍ଷିତା ପ୍ରକାଶ କରିଛନ୍ତି।

Share