ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ହୃଦ୍‌ରୋଗରେ ପରଲୋକ ଘଟିଛି। କୋଇ ମିଲ ଗୟା, ଗଦର, ବଣ୍ଟି ଏବଂ ବବଲି ପରି ଅନେକ ଫିଲ୍ମରେ କାମ କରିଥିଲେ ମିଥିଲେଶ।
ମିଥିଲେଶ ୧୯୯୭ରେ ଫିଲ୍ମ ‘ଭାଇ ଭାଇ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ସତ୍ୟ’, ‘ତାଲ’, ‘ଫିଜା’, ‘ରୋଡ’, ‘କୋଇ ମିଲ ଗୟା’, ‘ବଣ୍ଟି ଔର ବବଲି’, ‘କ୍ରିଶ’ ଏବଂ ‘ଗାନ୍ଧୀ ମାଇ ଫାଦର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ୨୦୨୦ ରେ, ତାଙ୍କୁ ୱେବ ସିରିଜ ‘ସ୍କାମ ୧୯୯୨’ରେ ଦେଖିବାକୁ ମିଳିଥିଲା। ମିଥିଲେଶ ବର୍ତ୍ତମାନ ବଞ୍ଚଦା ନାମକ ଏକ ଫିଲ୍ମରେ କାମ କରୁଥିଲେ।

Share