ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ୍‌ରୁ ୨ ବଗି ଅଲଗା

ଚୌଦ୍ୱାର,୧୬।୩(ଡି.ଏନ୍‌.ଏ.): ଲୋକମାନ୍ୟ ତିଲକ ଏକ୍ସପ୍ରେସର ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ସୋମବାର ଶାଳଗାଁ-ବରହମ୍‌ପୁର ଷ୍ଟେଶନ ପଲାସିଆ ନିକଟରେ ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିବା ନେଇ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରାମତି ପରେ ଇଞ୍ଜିନ ସହ ବଗିକୁ ଯୋଡ଼ା ଯାଇ ପୁଣିଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି। ତେବେ କେଉଁ କାରଣରୁ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା ସେନେଇ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

Share