ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ, ଆହତଙ୍କୁ ମିଳିବ ସହାୟତା

କଟକ ଅଫିସ,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଇଷ୍ଟକୋଷ୍ଟ ରେଲଓ୍ବେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର ସୂଚନା ଦେଇଛନ୍ତି। ତେବେ କୁହୁଡ଼ି ପାଇଁ ଅଥବା ଅନ୍ୟ କାରଣ ପାଇଁ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି ତାହାର ତଦନ୍ତ କରାଯିବ। ଏହା ସିଗ୍‌ନାଲ ସମସ୍ୟା କି ମନୁଷ୍ୟକୃତ ତାହାର ତଦନ୍ତ ହେବ। ଟ୍ରେନ୍‌ରେ ସ୍ବତନ୍ତ୍ର ସ୍ପିଡୋମିଟର ଲାଗିଛି। ଅଟୋମେଟିକ୍‌ ସିଗ୍‌ନାଲ ଟେରିଟୋରିରେ ୨ ଟ୍ରେନ୍‌ ଯାଇପାରିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଆହତଯାତ୍ରୀମାନଙ୍କୁ ରେଲଓ୍ବେ ପକ୍ଷରୁ ସହାୟତା ଦିଆଯିବ। ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କ ପାଇଁ ୨ଟି ବସ୍‌ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସବୁ ବନ୍ଦୋବସ୍ତ ହୋଇଛି। ସେହଭିଳି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ତ୍ୱରିତ ସହାୟତା କରିଥିବାରୁ ସିପିଆର୍‌ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share