ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଗୁରୁବାର ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ଜିତେନ୍ଦ୍ର ପାଢ଼ୀ, ପୁଷ୍ପାଞ୍ଜଳି ଜତଓ୍ବାର,ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ବେହେରା, ଅଶ୍ୱିନୀ କୁମାର ଲେଙ୍କା। ସେମାନଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ ଶିଶୁ ରହିଛନ୍ତି। ଆହତଙ୍କ ଚିକିତ୍ସା ନିମନ୍ତେ ଅସ୍ଥିଶଲ୍ୟ, ନ୍ୟୁରୋ ସର୍ଜରୀ ସହ ବିଭିନ୍ନ ବିଭାଗକୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।

Share