Categories: ଜାତୀୟ

ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍‌ସି/ଏସ୍‌ଟି ସଂରକ୍ଷଣ: ବଢ଼ିଲା ୧୦ ବର୍ଷ

ନୂଆଦିଲ୍ଲୀ,୪।୧୨: ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍‌ସି/ଏସ୍‌ଟି ସଂରକ୍ଷଣକୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ୧୯୬୦ଠାରୁ ଏହି ପ୍ରସ୍ତାବକୁ ପ୍ରତି ୧୦ ବର୍ଷ ବଢ଼ାଯାଉଛି। ପୂର୍ବରୁ ୨୦୦୯ରେ ଏହାର ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ଏହାର ସମୟସୀମା ୨୦୨୦ ଜାନୁୟାରୀ ୨୫ରେ ଶେଷ ହେଉଥିଲା। ତେବେ ନୂଆ ମଞ୍ଜୁରୀ ପରେ ଏହା ଏଣିକି ୨୦୩୦ ଜାନୁୟାରୀ ୨୫ରେ ଶେଷ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସମ୍ବିଧାନର ଧାରା ୩୩୪ ଅନ୍ତର୍ଗତ ଏହି ସଂରକ୍ଷଣ ସୁବିଧା ରହିଛି।

Share