Categories: ଜାତୀୟ

ଲୋକସଭା ବାଚସ୍ପତି-ସିଜେଆଇଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,୨୮।୧: ଲୋକସଭା ବାଚସ୍ପତି ଓମ୍‌ ବିରଳା ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବଢ଼ାଇଛନ୍ତି। ଉଭୟଙ୍କୁ ଜେଡ୍‌ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି। ପୂର୍ବରୁ ଓମ୍‌ ବିରଳାଙ୍କୁ ସିଆଇଏସ୍‌ଏଫ୍‌ ସୁରକ୍ଷା ଦିଆଯାଇଥିଲା। ତେବେ ବର୍ତ୍ତମାନର ଜେଡ୍‌ ସୁରକ୍ଷା ଅନ୍ତର୍ଗତ ତାଙ୍କ ସୁରକ୍ଷାରେ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ସେହିପରି ବୋବ୍‌ଡେଙ୍କ ସୁରକ୍ଷା କାର୍ଯ୍ୟରେ ମଧ୍ୟ ସିଆର୍‌ପିଏଫ୍‌ ଯବାନ ମୁତୟନ ହୋଇଛନ୍ତି। ଇଣ୍ଟେଲଜେନ୍ସ ବ୍ୟୁରୋ ରିପୋର୍ଟ ଆଧାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା।

Share