ଲୋକସେବା ଭବନରେ କରୋନା କଟକଣା: କମିଲା କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଘାତକ ଭୂତାଣୁର ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରିନାହିଁ। ତେଣୁ ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ପନ୍ଥା। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ କଟକଣା ଜାରି କରାଯାଇଛି। ଫଳରେ କର୍ମଚାରୀଙ୍କ ସଂଖ୍ୟା କମିଛି। ନିର୍ଦ୍ଦିଷ୍ଟ କିଛି ବିଭାଗର କର୍ମଚାରୀଙ୍କୁ ଅନୁମତି ମିଳିଥିବା ବେଳେ ଅନ୍ୟ ବିଭାଗର କର୍ମଚାରୀଙ୍କୁ ସୋମବାର ଫେରାଇ ଦିଆଯାଇଛି। ତେବେ କ୍ରିଟିକାଲ, ସେମୀ କ୍ରଟିକାଲ ବିଭାଗ କର୍ମଚାରୀଙ୍କୁ ଅନୁମତି ମିଳିଥିବା ଜଣାପଡ଼ିଛି।

Share