ଲୋକସେବା ଭବନରେ ନିଆଁ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଲୋକସେବା ଭବନରେ ଥିବା ସାଧାରଣ ପ୍ରଶାସନ ବିଭାଗ ରେକର୍ଡ ରୁମ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୭ଟାରେ କାର୍ଯ୍ୟାଳୟରୁ ନିଆଁ ସହ ଧୂଆଁ ବାହାରୁଥିବା ଦେଖି କେୟାରଟେକର ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ସଚିବାଳୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ ଦମକଳ ଗାଡ଼ି ସହ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କିଛି ରେକର୍ଡପତ୍ର ପୋଡ଼ିଯିବା ସହ ସିଲିଂ କ୍ଷତିଗ୍ରସ୍ତ ହୋଇଛି। ଫ୍ୟାନ୍‌ ସୁଇଚ୍‌ରେ ବିଦ୍ୟୁତ୍‌ ଶର୍ଟସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀ ଅନୁମାନ କରିଛନ୍ତି।

Share