Categories: ଖେଳ

ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିଲା

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ରେ ଖେଳିଥିବା ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ମ୍ୟାଚ୍‌ ପରେ ତଣ୍ଟି ଦରଜ ହେଉଥିବା ସେ ମେଡିକାଲ ଟମ୍‌କୁ ଜଣାଇଥିଲେ। ଏଥିଯୋଗୁ ତାଙ୍କୁ ଆଗାମୀ ୨୪ ଘଣ୍ଟା ପାଇଁ ଦଳୀୟ ହୋଟେଲରେ ଅଲଗା ରଖାଯାଇଛି। ତାଙ୍କର ସ୍ବାବର ମଧ୍ୟ ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ରିପୋର୍ଟ ଆସି ନାହିଁ। କିନ୍ତୁ ନ୍ୟୁଜିଲାଣ୍ଡ ସରକାର ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ନୂଆ ନିୟମ ଲାଗୁ କରିଥିବାରୁ ନ୍ୟୁଜିଲାଣ୍ଡ- ଅଷ୍ଟ୍ରେଲିଆ ସିରିଜ୍‌ ବାତିଲ ହୋଇଯାଇଛି। ଆଉ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ରବିବାର ମଧ୍ୟରାତି ସୁଦ୍ଧା ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସ୍ଥିତିରେ ଫର୍ଗୁସନ ଜାତୀୟ ଦଳ ସହ ସ୍ବଦେଶ ଫେରିବେ କି ନାହିଁ, ତାହା ଜଣାପଡ଼ିନାହିଁ। ତେବେ ତାଙ୍କ ରିପୋର୍ଟ ଆସିବା ପରେ ହିଁ କିଛି ସ୍ପଷ୍ଟ ହୋଇପାରିବ।

Share