Categories: ଜାତୀୟ

ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ଶନିବାର ସେ କହିଛନ୍ତି ମହାରାଷ୍ଟ୍ର ରାଜନୀତିକୁ ନେଇ ସମସ୍ତେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତ ଘଟଣା ହେଲା ଏହା ମୋତେ ବହୁତ ଦୁଃଖ ଦେଇଛି। କଂଗ୍ରେସ ଅଯଥାରେ ଶିବସେନା ସହ ମେଣ୍ଟ କରିବା ପାଇଁ ଯାଇଥିବା ସେ ପ୍ରକାଶ କରିଛନ୍ତି। ଏହା କେବଳ କଂଗ୍ରେସ ପାଇଁ ଅପବାଦ ନୁହେଁ ବରଂ ଏହା କଂଗ୍ରେସର ବଡ ଭୁଲ୍‌। ସେ ଆହୁରି ମଧ୍ୟ କହିଛନ୍ତି, ମଁୁ ଏବେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରୁଛି ସେ କଂଗ୍ରେସ ଓ୍ବାର୍କି କମିଟିକୁ ବିଲୀନ କରି ଦିଅନ୍ତୁ। ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ କଂଗ୍ରେସ ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନା ଓ ଏନ୍‌ସିପି ସହ ମେଣ୍ଟ କରିବାକୁ ଯାଉଥିଲା ସେତେବେଳେ ନିରୁପମ କହିଥିଲେ କଂଗ୍ରେସ ବଡ ଭୁଲ୍‌ କରୁଛି। ଯଦି ଏହା ସମ୍ଭବ ହୁଏ ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ଫାଇଦା ଉଠାଇବ। ଆଉ ଏବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥରଲାଗି ଶପଥ ନେବା ପରେ ଦୁଃଖ ପ୍ରକାଶ କରିଛନ୍ତି ନିରୁପମ।

Share