ଲୋକ ଅଦାଲାତ: ୧୨୫ ମାମଲାର ଫଇସଲା

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ଜିଲାରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତରେ ୧୫୧୧ଟି ବିଭିନ୍ନ ମାମଲା ମଧ୍ୟରୁ ୧୨୫ଟି ମାମଲାର ଫଇସଲା କରାଯାଇ ସମୁଦାୟ ୧କୋଟି ୪୫ଲକ୍ଷ ୩୧ହଜାର ୬୫ ଟଙ୍କା ଅସୁଲ ହୋଇଥିଲା । ଜିଲା ଜଜ୍‌ ଏସ.ଏ. କେ.ଜେଡ୍‌ ଅହମ୍ମଦଙ୍କ ତତ୍ତ୍ବାବଧାନରେ ହୋଇଥିବା ଲୋକ ଅଦାଲତରେ ପରିବାର କୋର୍ଟ ବିଚାରପତି ଅଶ୍ୱିନୀ କୁମାର ନାଏକ, ଚିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ସତ୍ୟନାରାୟଣ ପାତ୍ର, ରେଜିଷ୍ଟ୍ରାର କମ୍‌ ଏସଜେ (ଏସଟିସି) ସୁବାଷ ଚନ୍ଦ୍ର ଧଳ, ସିଭିଲ ଜଜ୍‌ (ସିନିୟର ଡିଭିଜନ୍‌) ବିଶେଷ କୁମାର ସାହୁ, ଡିଏଲଏସଏର ସେକ୍ରେଟାରୀ ନୀଳିିମା ପଣ୍ଡା, ସିଭିଲ ଜଜ୍‌(ଜୁନିୟର ଡିଭିଜନ) ସାଇ ଅଭିପ୍‌ସା ଗୋଚ୍ଛାୟତ, ଜେଏମଏଫସି ରେଶ୍ମା ଧଳ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଦ୍ମପୁରରେ ଅତିରିକ୍ତ ଜିଲା ଜଜ୍‌ ନୀଳଗିରି ଜେନା, ସିଭିଲ ଜଜ୍‌(ସିନିୟର ଡିଭିଜନ) ସାବିତ୍ରୀ ନାୟକ, ଏସଡିଜେଏମ ପଲ୍ଲବୀରାଣୀ ରାଉତ, ସୋହେଲାରେ ସିଭିଲ ଜଜ୍‌(ଜୁନିୟର ଡିଭିଜନ) ଶାନ୍ତ ସାମଲ, ବରପାଲିରେ ସିଭିଲ ଜଜ୍‌(ଜୁନିୟର ଡିଭିଜନ) ସଂଘମିତ୍ରା ବିଶ୍ୱାଳ ଏବଂ ଅତାବିରାରେ ନ୍ୟାୟାଧିକାରୀ ବି. ଡି. ଡି ଚନ୍ଦନା ମାମଲା ପରିଚାଳନା କରିଥିଲେ ।