ଲୋକ ସଭାରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଯାଜପୁର ଜିଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ ଲୋକ ସଭାରେ ଉଠାଇଛନ୍ତି। ଶୁକ୍ରବାର ଶୂନ୍ୟକାଳ ଚାଲିଥିବା ସମୟରେ ଏହି ପ୍ରସଙ୍ଗ ଉଠାଇ ସପ୍ତଗିରି କହିଥିଲେ ଯେ, ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟଜନକ। ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା କରାଯାଉଥିବା ତଦନ୍ତ ସନ୍ଦେହଜନକ। ଦୃଢ଼ ଅନୁସନ୍ଧାନ କରା ନ ଯାଇ ସ୍ମିତାରାଣୀଙ୍କ ହତ୍ୟାକୁ ଆତ୍ମହତ୍ୟା ବୋଲି କୁହାଯାଇଛି। ଘଟଣାର ସିବିଆଇ ଯାଞ୍ଚ କରାଯାଉ ବୋଲି ସପ୍ତଗିରି ଦାବି କରିଥିଲେ। ଓଡ଼ିଶାରୁ କଂଗ୍ରେସରୁ ଗୋଟିଏ ଏମ୍‌ପି ହୋଇଥିଲେ ମଧ୍ୟ ତାଙ୍କ ସ୍ବରକୁ ଚପାଯାଇପାରିବ ନାହିଁ, ଏହି ପ୍ରସଙ୍ଗରେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେ ଲଢେଇ ଜାରି ରଖିବେ ବୋଲି ସପ୍ତଗିରି ନିଜ ଟୁଇଟରରେ ଉଲ୍ଲେଖ କରିଥିଲେ। ସପ୍ତଗିରି ଏହି ପ୍ରସଙ୍ଗ ଉପସ୍ଥାପନ କରୁଥିବା ସମୟରେ ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ପ୍ରସଙ୍ଗରେ ତଦନ୍ତ ଚାଲୁଥିବା କହିଥିଲେ। ବିରୋଧୀମାନେ ଏହି ପ୍ରସଙ୍ଗରେ ଅଯଥା ରାଜନୀତି କରୁଥିବା ମିଶ୍ର କହିଥିଲେ।

Share