Categories: ଜାତୀୟ

ଲୋକ ସଭାର ସ୍ପେଶାଲ ୧୧ ଏମ୍‌ପି: ଓପନିଂ ବ୍ୟାଟିଂରେ ମାରିିଛନ୍ତି ଛକା; ଚନ୍ଦ୍ରାଣୀ ମୁର୍ମୁ ସର୍ବକନିଷ୍ଠ

ନୂଆଦିଲ୍ଲୀ, ୨୭।୫: ଚଳିତ ଲୋକ ସଭାରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟ ଲାଭ କରିଛନ୍ତି ୧୧ ଜଣ ଏମ୍‌ପି। ଓପନିଂ ବ୍ୟାଟିଂରେ ସେମାନେ ଛକାମାରି ସିଧା ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସନି ଦେଓଲ, ତେଜସ୍ବୀ ସୂର୍ଯ୍ୟା, ଗୌତମ ଗମ୍ଭୀର, ସ୍ମୃତି ଇରାନୀ, ମିମି ଚକ୍ରବର୍ତ୍ତୀ, ରାମ୍ୟା ହରିଦାସ, ରବି କିଶନ, ହଂସରାଜ ହଂସ, ଲକେଟ ଚାଟାର୍ଜୀ, ସଂଘମିତ୍ରା ମୌର୍ଯ୍ୟ, ଚନ୍ଦ୍ରାଣୀ ମୁର୍ମୁ ପ୍ରମୁଖ। ଏହି ସ୍ପେଶାଲ ୧୧ ଏମ୍‌ପିଙ୍କୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଚନ୍ଦ୍ରାଣୀ ମୁର୍ମୁ ସର୍ବକନିଷ୍ଠ ଏମ୍‌ପି। ତାଙ୍କ ବୟସ ୨୫ ବର୍ଷ ୧୧ ମାସ। ଓଡ଼ିଶାର କେନ୍ଦୁଝର ଲୋକ ସଭା ଆସନରୁ ସେ ବିଜେଡି ପ୍ରାର୍ଥୀ ଭାବେ ଭାଜପା ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ପରାଜିତ କରିଛନ୍ତି।

Share