Categories: ଜାତୀୟ

ଲୋକ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ,୭ା୧୨(ପି.ଟି.): ଉନ୍ନାଓ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହୁଥିବାବେଳେ ଦୁଇ କଂଗ୍ରେସ ଏମ୍‌ପି ତାଙ୍କ ପ୍ରତି ଧମକପୂର୍ଣ୍ଣ ଆକ୍ଷେପ କରିବାରୁ ଭାଜପା ଓ ଅନ୍ୟ ଦଳର ସଦସ୍ୟମାନେ କ୍ଷମାମାଗିବା ପାଇଁ ଅଡିବସିବାରୁ ଗୃହ ଅଚଳ ହୋଇଥିଲା। ଫଳରେ ଗୃହରେ ଅଧ୍ୟକ୍ଷତା କରୁଥିବା ମୀନାକ୍ଷୀ ଲେଖି ଓମ୍‌ ବିର୍ଲା ଲୋକ ସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। କଂଗ୍ରେସ ଏମ୍‌ପି ଡିଆନ୍‌ କୁରିଆକୋସ୍‌ ଏବଂ ଟି.ଏନ୍‌. ପ୍ରଥାପନ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଥିଲେ।

Share