ଲୋକ ସଭା ସଦସ୍ୟଙ୍କ ବୁଦ୍ଧିଜୀବୀ ସମ୍ମିଳନୀ

କୋମନା,୨୯।୮(ଡି.ଏନ.ଏ.) ନୂଆପଡା ଜିଲା କୋମନାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର କବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଲୋକ ସଭା ସଦସ୍ୟ ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ପ୍ରତେକ ବୁଦ୍ଧିଜୀବୀଙ୍କ ମତାମତକୁ ଗୁରତ୍ୱାରୋପ କରିଥିଲେ। ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମିଶ୍ର, ସଦସ୍ୟତା ଜିଲା ପ୍ରମୁଖ ହୋମସିଂ ମାଝି, ପୂର୍ବତନ କୋମନା ସରପଞ୍ଚ ସଦନ ତିଓ୍ବାରୀ, କୋନାବିରା ସରପଞ୍ଚ ଈଶ୍ୱର ନାଏକ, ସାମାଜିକ କର୍ମୀ ଈଶ୍ୱର ସାହୁ, ନୂଆପଡା ନ୍ୟାଶନାଲ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଟିକେଶ୍ୱର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ହୋତା, କୋମନା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସିଦ୍ଦେଶ୍ୱର ସାହୁ ପ୍ରମୁଖ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥଙ୍କୁ ଉପଡୌକନ ଦେଇ ସମ୍ମାନିତ କରିବା ପରେ ଅଞ୍ଚର ବିକାଶ ପାଇଁ ନିଜ ମତାମତ ପ୍ରଦାନ କରିଥିଲେ । ଏହା ପରେ କୋମନା ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡିକର ସମାଧାନ ନିମନ୍ତେ ବୁଦ୍ଧିଜୀବୀ ତରଫରୁ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କୋମନାଠାରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ୍ଣକରିବା, କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନିଯୁକ୍ତି ଦେବା, ଯୁକ୍ତ ୩ ବିଜ୍ଞାନ କଲେଜ ସ୍ଥାପନ ଓ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ଭଳି ପ୍ରମୁଖ ଦାବି ଉପରେ ଅବଗତ କରାଯାଇଥିଲା। ସମ୍ମିଳନୀକୁ ଶରତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଭାଜପା କାର୍ଯ୍ୟକର୍ତ୍ତା ଈଶ୍ୱର ଚନ୍ଦ୍ର ପଟେଲ, କରୁଣା ହୋତା ,ମନିଜର ଆର୍ଯ୍ୟ, ପୀତାମ୍ବର ନାଗ, ଚନ୍ଦନ ଠାକୁର, ଅର୍ଜୁନ ଜଗତ ପ୍ରମୁଖ ସହଯୋଗ କରିଥିଲେ।