Posted inଫୁରସତ

ଲୋମଟାଙ୍କୁରା ଘଟଣା : ଜାହାଜରେ ଏକକାଳୀନ ୪୫୦୦ ଲୋକଙ୍କ ହୋଇଥିଲା ମୃତ୍ୟୁ

ପ୍ରତିଦିନ ରାସ୍ତାରେ ଗାଡ଼ିମୋଟର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଜାଣିଛନ୍ତି। କିନ୍ତୁ ଜାହାଜରେ ଯାଉଥିବା ସମୟରେ ଏକକାଳୀନ ହଜାର ହଜାର ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଲୋମଟାଙ୍କୁରା ଘଟଣା ଘଟିଥିଲା ୧୯୪୭ ମସିହା ଜୁନ୍‌ ମାସରେ। ମଲ୍‌କାରୁ ‘ଏକ୍ସ ଡକ୍ସ’ ନାମକ ଏକ ଜାହାଜ ବାଣିଜ୍ୟ କାରବାର ନିମନ୍ତେ ୪୫୦୦ ଲୋକଙ୍କୁ ନେଇ ଯାଉଥିବା ସମୟରେ ଏକ ଅଘଟଣ ଘଟିଥିଲା। କୌଣସି କାରଣରୁ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ନିକଟରେ ଥିବା ଅନ୍ୟ ଏକ ବାଣିଜି୍ୟକ ଜାହାଜ ‘ଦ ସିଲ୍‌ବଲ୍‌ ଷ୍ଟାର’ ସିଗ୍‌ନାଲ ଯୋଗେ ଜାଣିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଏହାର କର୍ମଚାରୀମାନେ ଅଘଟଣ ଘଟିଥିବା ଜାହାଜ ଭିତରକୁ ଯାଇ ମୃତଦେହଗୁଡ଼ିକ ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ମଣିଷ ତ ମଣିଷ ଏଥିରେ ଥିବା କୁକୁରଗୁଡ଼ିକ ମଧ୍ୟ ମରି ପଡ଼ିଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ମୃତଦେହଗୁଡ଼ିକରେ କୌଣସି କ୍ଷତଚିହ୍ନ ନ ଥିଲା। ବଏଲର ରୁମ୍‌ର ତାପମାତ୍ରା ୧୧୦ ଡିଗ୍ରୀ ଥିବା ସତ୍ତ୍ୱେ କର୍ମଚାରୀମାନଙ୍କୁ ଥଣ୍ଡା ଲାଗିଥିଲା। କିଛି ଲୋକ ପ୍ରାକୃତିକ ଗ୍ୟାସ୍‌ ଲିକ୍‌ ଯୋଗୁ ମୃତ୍ୟୁ ଘଟିଥିବା କହୁଥିବାବେଳେ ଆଉ କିଛି ଏହାକୁ ଭୌତିକ କାଣ୍ଡ ବୋଲି କହିଛନ୍ତି। ସେ ଯାହା ବି ହେଉନା କାହିଁକି ଆଜିପର୍ଯ୍ୟନ୍ତ ଏହି ଘଟଣା କେମିତି ଏବଂ କାହିଁକି ଘଟିଲା ଏ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri