ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା

ଫିରିଙ୍ଗିଆ, ୮ା୬ – କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ସେଠାରେ ନଳକୂପ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ପାଣି ଲାଗି ଲୋକେ ହଇରାଣ ହେଉଛନ୍ତି। ସେମାନଙ୍କର ନଦୀ ଏକମାତ୍ର ଭରସା। ଆବହମାନ କାଳରୁ ପାଖ ସୁନାମୁଦୀ ନଦୀ ପାଣିକୁ ବ୍ୟବହାର କରି ଚଳୁଛନ୍ତି। ଏବେ ଖରାଦିନ ହୋଇଥିବାରୁ ଜଳସ୍ତର ମଧ୍ୟ କମି ଗଲାଣି। ଫଳରେ ପାଣି ଅଧିକ ଗୋଳିଆ ରହୁଛି । କିଛି ଉପାୟ ନ ଥିବାରୁ ସେହି ପାଣିକୁ ନେଇ ପିଇବାକୁ ବାଧ୍ୟ ହେଉଛନ୍ତି। ବହୁ ବର୍ଷ ହେଲା ଗ୍ରାମରେ ଦୁଇଟି ନଳକୂପ ବସିଥିଲା। ପ୍ରଥମରୁ ଗୋଟିଏରୁ ପାଣି ବାହାରିଲା ନାହିଁ। ଅନ୍ୟଟିରୁ ଘଣ୍ଟାଏରେ ଅଧ ବାଲଟିଏ ପାଣି ବାହାରୁଛି। ତାହା ପୁଣି ଆଇରନ ମିଶ୍ରିତ କଳା ପାଣି। ଯାହାକୁ କେବେ ବି ଗ୍ରାମର ଲୋକେ ପିଇନାହାନ୍ତିି। ପାନୀୟ ଜଳ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ପ୍ରତିକାର କରୁ ନାହାନ୍ତିି।
ଏହି ଦୁଇଟି ପଡା ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଗୋଚ୍ଛାପଡା ସହରଠାରୁ ମାତ୍ର ୪/୫ କିମି ଦୂରରେ ରହିଛି ଏହି ଗ୍ରାମ। ତଥାପି ଏଠି ପାନୀୟ ଜଳ ପ୍ରତି ପ୍ରଶାସନ କି ଲୋକ ପ୍ରତିନିଧି ଦୃଷ୍ଟି ନ ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରଙ୍କ ତରଫରୁ ବହୁ ବର୍ଷ ହେଲା ଲୋହୁରା ସାହିରେ ନଳକୁପ ବସା ଯାଇଥିଲା। ସେଥିରୁ ଗୋଟିଏରୁ ପାଣି ବାହାରିଲା ନାହିଁିଁ। ଅନ୍ୟଟିରେ କଳା ପାଣି ବାହାରୁଛି। ଆମେ ପିଇବା ପାଣିଠୁ ଆରମ୍ଭ କରି ଗାଧୋଇବା ଓ ଶୌଚ ଇତ୍ୟାଦି କରିବାକୁ ହେଲେ ସୁନାମୁଦୀ ନଦୀ ଉପରେ ନିର୍ଭର କରୁଛୁ। ଖରାଦିନେ ଏବଂ ବର୍ଷା ଦିନେ ପାଣି ଅତ୍ୟନ୍ତ ଦୂଷିତ ହୋଇଥାଏ। ଯାହାକୁ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନ୍ୟ କିଛି ବିକଳ୍ପ ନ ଥିବାରୁ ଆମେ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ଅନେକ ସମୟରେ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ସରକାର ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ମିଳୁନାହିଁ ବୋଲି ଋଷି ବିନ୍ଧାଣୀ, କମଳା ବିନ୍ଧାଣୀ, ରାଜ ବିନ୍ଧାଣୀ ଓ ଭୌରୀ ବିନ୍ଧାଣୀ ପ୍ରମୁଖ ପ୍ରକାଶ କରିଛନ୍ତିି। କହି କହି ଥକି ଗଲୁଣି, କେହି ଆମ କଥା ଶୁଣୁ ନାହାନ୍ତି। ନିର୍ବାଚନ ବେଳେ କହିଲେ ପାଣି ସମସ୍ୟା ସମାଧାନ ହେବ। ଏବେ ନିର୍ବାଚନ ସରି ଗଲାଣି। ଗ୍ରାମକୁ କେହି ଆସୁ ନାହାନ୍ତିି। ପାଖରେ ସରପଞ୍ଚ ଥାଇ ବି କିଛି ପଦକ୍ଷେପ ନେଉ ନ ଥିବା ଗ୍ରାମର ଟଙ୍କଧର ବିନ୍ଧାଣୀ, ସୁରେନ୍ଦ୍ର ବିନ୍ଧାଣୀ, ବାସନ୍ତୀ ବିନ୍ଧାଣୀ, ପାନିକୀ ବିନ୍ଧାଣୀ ପ୍ରମୁଖ କହିଛନ୍ତିି। ଏ ନେଇ ସରପଞ୍ଚ ସୁମିତ୍ରା କହଁରଙ୍କୁ ପଚାରିବାରୁ ଆମେ ବିଡିଓଙ୍କୁ ଏବଂ ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସକୁ ଲେଖିକି ଜଣାଇଛୁ। ସେମାନେ ଆସୁ ନାହାନ୍ତିି କି କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ବିଡିଓ ବିଡ଼ିଓ ପ୍ରବୀଣ କୁମାର ବାଣୁଆ କୁହନ୍ତି, ପଞ୍ଚାୟତରେ ଟଙ୍କା ଅଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସରେ ଟଙ୍କା ଡିପୋଜିଟ ଦେଲେ ସେମାନେ କାମ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଲୁହା ରୋଡ୍‌ରେ ଆକ୍ରମଣ କରିଥିବା ନେଇ ଶୁକ୍ରବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି।...

କାର୍‌ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା...

ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି/ପାଟପୁର,୨୩।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ପୋଡ଼ାମାରି ଗ୍ରାମର ଅଜୟ ଗୌଡ଼ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

ସିରିଜ୍‌ ଚୋରି: ମାର୍କେଟ୍‌ କମ୍ପ୍ଲେକ୍ସର ସିସିଟିଭି ଭାଙ୍ଗି ୪ ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ବୁଗୁଡ଼ା ଥାନାରେ ଯୋଗଦେଲେ ନୂତନ ଆଇଆଇସି

ବୁଗୁଡ଼ା, ୨୧।୧୧(କାଳିଚରଣଦାଶ):ବୁଗୁଡ଼ା ଥାନାରେ ନୂତନ ଆଇଆଇସି ଭାବେ ସୀତାଂଶୁ ଶେଖର ମାନ୍ଧାତା ଗୁରୁବାର ଯୋଗ ଦେଇଛନ୍ତି l ପୂର୍ବରୁ ୨୦୧୯ରେ ମାନ୍ଧାତା ବୁଗୁଡ଼ା ଥାନା ଅଧିକାରୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri