ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ: ବାହାରୁନାହିଁ ସମାଧାନ ବାଟ

ବଲାଙ୍ଗୀର ଅଫିସ, ୩୦ା୬
ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ପ୍ରାୟ ୧୦ ମାସ ହେଲା ବନ୍ଦ ପଡିଛି ା ୨୦୧୩ ଭୂମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରି ଉଚିତ୍‌ କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି କରି ବୁଡିଅଞ୍ଚଳବାସୀ ପ୍ରକଳ୍ପ କାମକୁ ବନ୍ଦ କରିଛନ୍ତି। ଲୋୟର ସୁକ୍‌ତେଲ ପ୍ରକଳ୍ପ କାମକୁ କିଭଳି ପୁଣି ଥରେ ଆରମ୍ଭ କରାଯାଇପାରିବ ସେନେଇ ଜିଲା ପ୍ରଶାସନ, ବୁଡିଅଞ୍ଚଳବାସୀ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଆଲୋଚନା ଆରମ୍ଭ କରିଛନ୍ତି ା କିଛିଦିନ ଭିତରେ ୩/୪ଟି ବୈଠକ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଶେଷ ସଫଳତା ମିଳିପାରିନାହିଁ ା ଶନିବାର ସ୍ଥାନୀୟ ସର୍କିଟ ହାଉସଠାରେ ପୁଣି ଥରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲାପାଳ ଅରିନ୍ଦମ ଡାକୁଆ, ଲୋୟର ସୁକ୍‌ତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତ, ଅନ୍ୟାନ୍ୟ ଅଧିକାରୀ, ଲୋୟର ସୁକ୍‌ତେଲ ବୁଡିଅଞ୍ଚଳରୁ ଉପେନ୍ଦ୍ର ସାହୁ, ଉମାକାନ୍ତ ଖୁଆସ, ସୁଧୀର ଖୁଆସ, ରବୀନ୍ଦ୍ର ସାହୁ, ସଞ୍ଜୟ ଗଡତ୍ୟା, ପ୍ରେମାନନ୍ଦ ସାହୁ,ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟିରୁ ଆଡଭୋକେଟ୍‌ ଭବାନୀ ଶଙ୍କର ଶତପଥୀ, ରତନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ା ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ୨୯ଟି ଗଁାରୁ ୧୫ଟି ଗଁାରେ ୨୦୧୩ ଭୂମି ଅଧିଗ୍ରହଣ ଆଇନ ଲାଗୁ ନହୋଇ ପୂର୍ବବର୍ତ୍ତୀ ଆଇନ ଅନୁସାରେ କ୍ଷତିପୂରଣ ଓ ଥଇଥାନ ରାଶି ଦିଆଯିବା ବ୍ୟବସ୍ଥା ରହିଛି ା ଏହାକୁ ଡ୍ୟାମ ସପକ୍ଷବାଦୀ ବୁଡିଅଞ୍ଚଳବାସୀମାନେ ଏବେ ବିରୋଧ କରୁଛନ୍ତି ା ଏପର୍ଯ୍ୟନ୍ତ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ନ ଥିବାରୁ ଆୱାର୍ଡ ସରିଥିବା ଗଁାରେ ମଧ୍ୟ ୨୦୧୩ ଭୂମି ଅଧିଗ୍ରହଣ ଆଇନ ଲାଗୁ କରି ଏହି ଅନୁସାରେ ବିସ୍ଥାପିତ ହେବାକୁ ଥିତ୍ବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି କରୁଛନ୍ତି ା ସରକାର ଏହି ଦାବି ପୂରଣ କରିପାରୁ ନାହାନ୍ତି ା ଏକ୍ସଗ୍ରାସିଆ ଆକାରରେ କ୍ଷତିପୂରଣ ଓ ଥଇଥାନ ଭରଣା କରିବାକୁ କହୁଛନ୍ତି ା ଏହାକୁ ବୁଡି ଅଞ୍ଚଳର ଡ୍ୟାମ ସପକ୍ଷବାଦୀମାନେ ବିରୋଧ କରୁଛନ୍ତି ା ଏହି କାରଣରୁ ଡ୍ୟାମ କାମ ଅଟକି ପଡିଛି ା ଶନିବାର ବୈଠକରେ ମଧ୍ୟ ଏହି ଦାବିକୁ ଦୋହରା ଯାଇଛି ା ୨୦୧୩ ଭୂମି ଅଧିଗ୍ରହଣ ଲାଗୁ କରିବାକୁ ଦାବି କରାଯାଇଥିଲା ା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଡଭେକେଟ ଶତପଥୀ ଲୋକଙ୍କୁ ବୁଝାଇଥିଲେ ା ଏକ୍ସଗ୍ରାସିଆ ନେଇ ରାଜି ହେବାକୁ ଅନୁରୋଧ କରିଥିଲେ ା ତେବେ ଏ ଦିଗରେ ସହମତି ହୋଇପାରି ନ ଥିଲା ା ଲୋକଙ୍କ ଅନ୍ୟାନ୍ୟ ବହୁ ସମସ୍ୟାର ସମାଧାନ କରିବା ଉପରେ ଚର୍ଚ୍ଚା ହୋଇଥିଲା ା ଆଗାମୀ ବୈଠକ ବୁଡିଅଞ୍ଚଳର ଗଁାକୁ ଯାଇ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା ା ତୁରନ୍ତ ଆରପିଡିଏସି ବୈଠକ ଡକାଯାଇ ବୁଡି ଅଞ୍ଚଳବାସୀଙ୍କ ସମସ୍ତ ସମସ୍ୟା ଓ ୨୦୧୩ ଭୂମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଉ ବୋଲି ସେମାନେ ଦାବି ଜଣାଇଥିଲେ ା ଏ ନେଇ ଶୀଘ୍ର ପଦକ୍ଷେପ ନେବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ା