ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ ହୁଏତ ଜଣକୁ ଘାତକ ବ୍ୟାଧିରେ ପକାଇ ଦେଇପାରେ। ବୋନ୍ ଆଣ୍ଡ ମିନେରାଲ ରିସର୍ଚ୍ଚ ଜର୍ନାଲ ଏହା କହିଛି। ଏହାକୁ ପ୍ରମାଣିତ କରିବା ପାଇଁ ବିଶେଷଜ୍ଞମାନେ ମୂଷାଙ୍କ ଉପରେ ଅଧ୍ୟୟନ କରିଥିଲେ। ମୂଷାଙ୍କ ବୋନ୍ମେରୋରେ ଏକପ୍ରକାର ଚର୍ବି ରହିଛି; ଯାହା ମନୁଷ୍ୟଙ୍କ ଶରୀରରେ ମଧ୍ୟ ଦେଖିବାକୁ ମିଳେ। ଏହାର ବୃଦ୍ଧିରେ ହାଡ଼ ଦୁର୍ବଳ ହୋଇଯାଏ। ଏହାକୁ ପ୍ରମାଣିତ କରିବାକୁ ବିଶେଷଜ୍ଞ ଦଳର ସଦସ୍ୟ ମୂଷାଙ୍କ ଶରୀରର ୩୦% କ୍ୟାଲୋରି କମ୍ କରିଦେଇଥିଲେ। ଏହାପରେ ଯଦିଓ ମୂଷାଙ୍କ ଓଜନ କମିଗଲା, ହେଲେ ସେମାନଙ୍କ ବୋନ୍ମେରୋରେ ଥିବା ଉକ୍ତ ଚର୍ବିର ପରିମାଣ ଆଶାତୀତ ଭାବେ ବଢ଼ିଗଲା। ଏହା ସେମାନଙ୍କ ହାଡ଼କୁ ଅତିମାତ୍ରାରେ ଦୁର୍ବଳ କରିପକାଇଥିଲା।