ଲୋ-ଭୋଲ୍‌ଟେଜ ସମସ୍ୟା ଅନୁଧ୍ୟାନ

ଚମ୍ପୁଆ,୨ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍‌ଟେଜ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ଗ୍ରାମବାସୀ ଚମ୍ପୁଆ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବା ପରେ ରବିବାର ବିଭାଗୀୟ ଏସଡିଓ ହଳଧର ସେନାପତି ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଲକ୍ଷ୍ମୀପଶି ଗ୍ରାମରେ କମ୍‌ ସଂଖ୍ୟକ ଉପଭୋକ୍ତା ଥିବାରୁ ୧୬ କେଭି ଟ୍ରାନ୍ସଫର୍ମର ବସା ଯାଇଥିଲା। ପରେ ସୌଭାଗ୍ୟ ଜ୍ୟୋତି ଯୋଜନା ଅନୁଯାୟୀ ଗ୍ରାମରେ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏଣୁ ଲକ୍ଷ୍ମୀପଶି ପାଇଁ ବର୍ତ୍ତମାନ ୧୦୦ କେଭି ଟ୍ରାନ୍ସଫର୍ମର ଆବଶ୍ୟକ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।