ଲୌହ ଗ୍ରହାଣୁ ପିଣ୍ଡର ମିଳିଲା ସନ୍ଧାନ: ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ୯ ହଜାର କୋଟିରୁ ଅଧିକ ଟଙ୍କା

ଓ୍ବାଶିଂଟନ,୭।୩: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ବୃହତ୍‌ ଲୌହ ଗ୍ରହାଣୁ ପିଣ୍ଡର ସନ୍ଧାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଲୁହାରେ ଭରପୁର ଥିବା ୧୬-ସାଇକି ନାମକ ଏହି ଗ୍ରହାଣୁ ପିଣ୍ଡ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଘୁରିବୁଲୁଛି। ଏଥିରେ ଥିବା ଲୁହାକୁ ବିକ୍ରି କରି ମିଳିଥିବା ଟଙ୍କାକୁ ଯଦି ପୃଥିବୀର ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ପ୍ରତି ଲୋକଙ୍କ ଭାଗରେ ୧ ବିଲିୟନ୍‌ ପାଉଣ୍ଡ ଅର୍ଥାତ୍‌ ୯୬୨୧ କୋଟି ଟଙ୍କା ପଡ଼ିବ ବୋଲି ଆକଳନ କରାଯାଇଛି। ଏଥିରେ ୮ ହଜାର କ୍ୱାଡ୍ରିଲିୟନ୍‌ ପାଉଣ୍ଡ ଦାମର ଲୌହ ଗଚ୍ଛିତ ରହିଛି। ଏହାର ମୋଟ ପାଉଣ୍ଡ ପରିମାଣ ହିସାବ କରିବା ପାଇଁ ୮ ହଜାର ପଛରେ ୧୫ଟି ଶୂନ ଲଗାଇବାକୁ ପଡ଼ିବ।

Share