ଲ୍ୟାବ୍‌ରେ କରୋନା ଭୂତାଣୁ କଲ୍‌ଚର କଲେ ଭାରତୀୟ ବୈଜ୍ଞାନିକ

ହାଇଦ୍ରାବାଦ୍‌,୩୦।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକ ଲ୍ୟାବ୍‌ରେ କରୋନା ଭୂତାଣୁ କଲ୍‌ଚର କରି ସଫଳତା ହାସଲ କରିଛନ୍ତି। ସିଏସ୍‌ଆଇଆର୍‌ ଏବଂ ହାଇଦ୍ରାବାଦ୍‌ର ସିସିଏମ୍‌ବି ପକ୍ଷରୁ ମିଳିତ ଭାବେ ଏନେଇ ଅନୁଧ୍ୟାନ କରାଯାଇଥିଲା। ଅଗାମୀ ଦିନରେ କରୋନା ଭୂତାଣୁର ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ଏହି ଜ୍ଞାନକୌଶଳ ବେଶ୍‌ ଉପଯୋଗୀ ହେବ ବୋଲି ସିସିଏମ୍‌ବି ଜୈବ ବୈଜ୍ଞାନିକ ଡ. କୃଷ୍ଣନ୍‌ ଏଚ୍‌. ହର୍ଷନ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ଏସିଇ-୨ ରିସେପ୍ଟର ପ୍ରୋଟିନ୍‌ ସହିତ ମିଶି ମନୁଷ୍ୟର ଶ୍ୱାସନଳୀର ଏପିଥିଲିୟମ୍‌ କୋଷିକାକୁ ସଂକ୍ରମଣ କରିଥାଏ। ସିଏସ୍‌ଆଇଆର୍‌ ଏବଂ ସିସିଏମ୍‌ବିର ବୈଜ୍ଞାନିକ କଲ୍‌ଚରରେ ମିଳିଥିବା ସଫଳତା ଆଧାରରେ କରୋନା ଭୂତାଣୁ ଉପରେ ଅଧିକ ଗବେଷଣା ଜାରି ରଖିଥିବା ହର୍ଷନ କହିଛନ୍ତି।

Share