ଲ୍ୟୁକେମିଆ ରୋଗୀଙ୍କ ପାଇଁ ଖୁସି ଖବର। ଏହି ରୋଗର ଏକ ସରଳ ଚିକିତ୍ସା ପ୍ରଣାଳୀ ନିକଟରେ ଉଦ୍ଭାବିତ ହୋଇଛି। ଦୀର୍ଘ ୫ବର୍ଷ ଗବେଷଣା କରି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏପରି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ମଣିଷ ଶରୀରରେ ଏପରି ଏକ ସ୍ବତନ୍ତ୍ର କୋଷ ରହିଛି, ଯାହାକୁ ବିଶ୍ଳେଷଣ କରି ଲ୍ୟୁକେମିଆର ଚିକିତ୍ସା କରାଯାଇପାରିବ ବୋଲି ସେମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ଲ୍ୟୁକେମିଆଗ୍ରସ୍ତ କୋଷକୁ ସେମାନେ ପ୍ରଥମେ ‘କଲ୍ଚର ପ୍ଲେଟ୍’ରେ ରଖି ତାହାର ଚିକିତ୍ସା କରିଥିଲେ। ଉକ୍ତ ସ୍ବତନ୍ତ୍ର କୋଷ ସଂସ୍ପର୍ଶରେ ଆସିବା ପରେ ଲ୍ୟୁକେମିଆଗ୍ରସ୍ତ କୋଷ କେତେକାଂଶରେ ସୁସ୍ଥ ହେଉଥିବାର ସେମାନେ ଦେଖିବାକୁ ପାଇଥିଲେ। ତେବେ ଏହି କୋଷ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ସେମାନେ ଗବେଷଣା ଜାରି ରଖିଛନ୍ତି ଏବଂ ଏଥିରୁ ନିଶ୍ଚୟ ସଫଳତା ମିଳିବ ବୋଲି ବିଶେଷଜ୍ଞମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।