ଇଟାନଗର,୨୪।୯: ଅରୁଣାଞ୍ଚଳ ପ୍ରଦେଶର ପ୍ରଥମ ମହିଳା ଅଫିସର ପୋନଙ୍ଗ ଡୋମିଂ ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ହୋଇଛନ୍ତି। ଡୋମିଂଙ୍କ ଏହି ଐତିହାସିକ ଉପଲବ୍ଧି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ ଟୁଇଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଏକ ଫଟୋକୁ ଶେୟାର କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଡୋମିଂ ଇତିହାସ ରଚିଥିବା ବେଳେ ଏହା ରାଜ୍ୟ ପାଇଁ ଗୌରବର କଥା। ସୂଚନାଯୋଗ୍ୟ, ଭାରତୀୟ ସେନାରେ ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ହୋଇଥିବା ଡୋମିଂ ଅରୁଣାଞ୍ଚଳ ପ୍ରଦେଶର ପ୍ରଥମ ମହିଳା ସେନା ଅଧିକାରୀ।