ଲୟୋଲା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦ୍ୱାୟିତ୍ୱବାନ ନାଗରିକ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨।୭(ବ୍ୟୁରୋ)
ଲୟୋଲା ସ୍କୁଲ ପକ୍ଷରୁ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ମେଡାଲ ଓ ସାର୍ଟିଫିକେଟ୍‌ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ଚଳିିତବର୍ଷ ଦଶମରେ ୭୮ଜଣ ଛାତ୍ରୀଛାତ୍ର ଓ ଦ୍ୱାଦଶରେ ୬ଜଣ ୯୦%ରୁ ଅଧିକ ନମ୍ବର ରଖିଥିଲେ। କେ.ଟି.ଟିର ପରିଚାଳନା ନିର୍ଦ୍ଦେଶକ ତୁତୁଲ ଦାସ ଅତିଥି ଭାବେ ଯୋଗଦେଇ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ର଼୍ୟାଙ୍କ୍‌ରେ ଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମାଜରେ ଜଣେ ଭଲ ମଣିଷ ଓ ଦ୍ୱାୟିତ୍ୱବାନ ନାଗରିକ ହେବା ପାଇଁ ଦାସ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପ୍ରିନ୍ସିପାଲ ଫାଦର ଭିକ୍ଟର ଏଫ୍‌. ମିସ୍‌କୁଇଥ୍‌ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ୟୁପିଏସ୍‌ସି ପରୀକ୍ଷାରେ ୧୧୯ ର଼୍ୟାଙ୍କ୍‌ରେ ଥିବା ସ୍କୁଲର ୨୦୧୧ ବ୍ୟାଚ୍‌ର ଦଶମ ଛାତ୍ରୀ ଉପାସନା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶିକ୍ଷକଙ୍କ ସମେତ ଛାତ୍ରୀଛାତ୍ର ଓ ଅଭିଭାବକ ଉପସ୍ଥିତ ଥିଲେ।

Share