ଭୁବନେଶ୍ୱର, ୩୧।୧(କ୍ରୀଡ଼ା ପ୍ରତିନିଧି)-ଲକ୍ଷ୍ନୌଠାରେ ଚାଲିଥିବା ୨୦ତମ ଶକୁନ୍ତଳା ମିଶ୍ର ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଓଡ଼ିଶା ନିଜର ତୃତୀୟ ଲିଗ୍ ମ୍ୟାଚ ରେ ରାଜସ୍ଥାନକୁ ୧୯୦ ରନରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୨୦ ଓଭରରେ ୨ ଉଇକେଟ ହରାଇ ବିଶାଳ ୩୫୭ ରନ ସଂଗ୍ରହ କରିଥିଲା। ସୁକଦେବ ସୋରେନ ୮୧ଟି ବଲ୍ର ସମ୍ମୁଖୀନ ହୋଇ ୪୫ ଚୌକା ଓ ୧ ଛକା ସହାୟତାରେ ୨୩୬ ରନକରି ଅପରାଜିତ ରହିଥିଲେ। ଅର୍ଜୁନ ଭାତ୍ରା ୩୭ ବଲ୍ରୁ ୬୨ ରନର ଇନିଂସ ଖେଳିଥିଲେ। ଜବାବରେ ରାଜସ୍ଥାନ ୧୪.୨ ଓଭରରେ ୧୬୭ ରନକରି ଅଲଆଉଟ ହୋଇ ଯାଇଥିଲା। ଓଡ଼ିଶା ପକ୍ଷରୁ ଲଲାଟେନ୍ଦୁ ମହାନ୍ତ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ବର୍ଷାବାଧାପ୍ରାପ୍ତ ପ୍ରଥମ ଲିଗ୍ ମ୍ୟାଚରେ ବିହାରଠାରୁ ଓଡ଼ିଶା ହାରିଯାଇଥିବାବେଳେ ହିମାଚଳପ୍ରଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ ବାତିଲ ହେବାରୁ ପଏଣ୍ଟ ଭାଗ କରିଥିଲା। ରନହାର ଭିତ୍ତିରେ ପୁଲ-ଏର ଦ୍ୱିତୀୟ ଦଳଭାବେ ଓଡ଼ିଶା ସେମିଫାଇନାଲ ପାଇଁ