Categories: ବାଣିଜ୍ୟ

ଶକ୍ତିକାନ୍ତଙ୍କୁ ଭେଟିଲେ ପିଏମ୍‌ସି ବ୍ୟାଙ୍କ ଜମାକାରୀ

ନୂଆଦିଲ୍ଲୀ,୨୩-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ଜମକାରୀ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି। ଜମାକାରୀଙ୍କ ଅର୍ଥ ବ୍ୟାଙ୍କରେ ସୁରକ୍ଷିତ ରହିଛି ବୋଲି ଗଭର୍ନର ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ନଜର ରଖିଛି। ଏହି ମାମଲା ଉପରେ ୨୭ ଅକ୍ଟୋବରରେ ଏକ ପ୍ରେସ ବୈଠକ ଅନୁଷ୍ଠିତ ହେବ ବୋଲି ଗଭର୍ନର କହିଛନ୍ତି। ଜମାକାରୀଙ୍କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ୩୦ ତାରିଖ ଯାଏ ସମୟ ଦିଆଯାଇଛି। ଏହି ପ୍ରସଙ୍ଗ ଉପରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଯାଉଥିବା ସେ କହିଛନ୍ତି। ଜମାକାରୀଙ୍କ ଲାଗି ଉଠାଣ ନିୟମକୁ ବର୍ତ୍ତମାନ ସାମାନ୍ୟ କୋହଳ କରାଯାଇ ୪୦ ହଜାର ଟଙ୍କା ରଖାଯାଇଛି। ଉଠାଣ କଟକଣା ଯୋଗୁ ଗ୍ରାହକମାନେ ବିଭିନ୍ନ ଅସୁବିଧା ସାମ୍ନା କରୁଛନ୍ତି। ବ୍ୟାଙ୍କରେ ଟଙ୍କା ଥାଇ ମଧ୍ୟ ଲୋକମାନେ ପିଲାଙ୍କୁ ସ୍କୁଲ ଫିସ, ସ୍ବାସ୍ଥ୍ୟ ଖର୍ଚ୍ଚ ଲାଗି ଟଙ୍କା ଉଠାଣ କରିବାକୁ ସକ୍ଷମ ହେଉ ନାହାନ୍ତି। ବ୍ୟାଙ୍କରେ ରଖିଥିବା ଜମା ଅର୍ଥ ବୁଡିଯିବା ନେଇ ଏବେ ଯାଏ କିଛି ଲୋକଙ୍କର ଜୀବନ ହାନି ମଧ୍ୟ ହୋଇଛି। ଉକ୍ତ ମାମଲାରେ ଏଚ୍‌ଡିଆଇଏଲ୍‌ ପ୍ରମୋଟର ହାଜତ ମିଆଦକୁ କୋର୍ଟ ଚଳିତ ମାସ ୨୪ ଯାଏ ବୃଦ୍ଧି କରିଥିବା ଜଣାପଡିଛି।

Share