ଶକ୍ତିପ୍ରଦର୍ଶନ କଲା ବିଜେଡି

ଭୁବନ, ୧୭।୪(ଡି.ଏନ୍‌.ଏ.)-ଭୁବନ ଏନ୍‌ଏସିରେ ବୁଧବାର ବିଜେଡି ଶକ୍ତିପ୍ରଦର୍ଶନ କରିଛି। ଶତାଧିକ କର୍ମୀ ଏନ୍‌ଏସିରେ ଶୋଭାଯାତ୍ରା କରି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପାଇଁ ଭୋଟଭିକ୍ଷା କରିଥିଲେ। ପ୍ରାରମ୍ଭରେ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନୀ ସଭା ହୋଇଥିଲା। ଏହାପରେ କାଳୀବଜାରଠାରୁ ବାହାରିଥିବା ରାଲି ୧୫ ଓ୍ବାର୍ଡ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ୫୦୦ରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷ କର୍ମୀ ଘରଘର ବୁଲି ପୁଶିଂ କାର୍ଡ ବାଣ୍ଟିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଜିଲା ଯୁବ ବିଜେଡି ସମ୍ପାଦକ ଅଜୟ କୁମାର ସେଠୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ସାହୁ, ସୁଶାନ୍ତ ପୃଷ୍ଟି, ପ୍ରଭାକର ସାହୁ, ଚିକୁ ନାୟକ, ସଞ୍ଜୀବ କୁମାର ପୃଷ୍ଟି, ମହିଳା ନେତ୍ରୀ ବାସନ୍ତୀ ପୃଷ୍ଟି, ଜୟନ୍ତୀ ପୃଷ୍ଟିଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।