ଶକ୍ତିମନ୍ତ୍ରୀଙ୍କୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘର ଦାବିପତ୍ର

ଭବାନୀପାଟଣା,୧୧।୮(ଡି.ଏନ.ଏ.)
ଭବାନୀପାଟଣା ସହରସ୍ଥିତ ସର୍କିଟ ହାଉସଠାରେ ଓଡିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସପ୍ତମ ବେତନ କମିସନ ବକେୟା ରାଶି ଆସନ୍ତା ନୂଆଁଖାଇ ପୂର୍ବରୁ ପ୍ରଦାନ କରିବା, ବିଦ୍ୟୁତ କ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତି ସର୍କଲରେ ସୁରକ୍ଷା ଅଫିସର ନିଯୁକ୍ତି କରିବା, ବିଦ୍ୟୁତ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ମନ୍ତ୍ରୀ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ସହସମ୍ପାଦକ ଦୁର୍ଗାମାଧବ ପଣ୍ଡା, ନିଗମାନନ୍ଦ ଦାସ, ଅଖିଳ ପାଣିଗ୍ରାହୀ, ଅରୁଣ ମହାନ୍ତି, ଡିଭିଜନ ସମ୍ପାଦକ ଭବାନୀଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।