ଶକ୍ତିସୁଗାରରେ ଆରମ୍ଭ ହେଲା ଆଖୁପେଡ଼ା; ଲକ୍ଷ୍ୟଧାର୍ଯ୍ୟ ୩ ଲକ୍ଷ ମେଟ୍ରିକ୍‌ ଟନ

ଢେଙ୍କାନାଳ ଅଫିସ,୨୮।୧୧: ଢେଙ୍କାନାଳ ସଦର ବ୍ଲକ ହରିପୁରସ୍ଥିତ ଶକ୍ତିସୁଗାର କମ୍ପାନୀରେ ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ୨୦୧୯-୨୦ ବର୍ଷ ପାଇଁ ଆଖୁପେଡା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କନଭେୟର ବେଲ୍‌ଟରେ ଆଖୁ ପକାଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ଚଳିତବର୍ଷ ୩ଲକ୍ଷ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ଆଖୁ ପେଡ଼ାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଗତବର୍ଷ ୩ଲକ୍ଷ ୧୬ହଜାର ମେଟ୍ରିକ୍‌ ଟନ୍‌ ଆଖୁ ପେଡ଼ା ଯାଇଥିଲା। ଫନୀ ବାତ୍ୟାରେ ଆଖୁ ଫସଲ ପ୍ରଭାବିତ ହୋଇଥିବାରୁ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ପୂର୍ବବର୍ଷ ଅପେକ୍ଷା କମିଛି।
କମ୍ପାନୀର ମହାପ୍ରବନ୍ଧକ ଶିବନାରାୟଣ ସାମନ୍ତରାୟ ହୋମରେ ଆହୁତି ଦେଇ ପୂଜା କରିଥିଲେ। ଏସ୍‌ପି ଅନୁପମା ଜେମ୍‌ସ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା, କମ୍ପାନୀର କୋଏମ୍ବାଟୁର ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ଉପସଭାପତି ପି. ମୁଥୁଭେଲପନ୍‌, ଉପ ମହାପ୍ରବନ୍ଧକ ଶ୍ରୀନିଭାସନ୍‌ ପ୍ରମୁଖ ଉପସ୍ଥିତ ଥିଲେ। କଟକ, ଢେଙ୍କାନାଳ ଜିଲାର ଆଖୁଚାଷୀ, ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।