ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ମୟୂରଭଞ୍ଜ ଜିଲାକୁ ୨୪ ପଦକ

ବାରିପଦା ଅଫିସ,୧୫ା୧୨- ଗତ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ମିଳିଛି ସଫଳତା । ୧୭ ଜଣ ଖେଳାଳି ଜିଲାରୁ ପ୍ରତିନିଧିତ୍ୱ କରି ୧୪ ଟି ସ୍ବର୍ଣ୍ଣ , ୮ ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସମେତ ମୋଟ ୨୪ଟି ପଦକ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦେବୀ ସିଂ ଜୁନିୟର , ସିନିୟର ଓ ଓପନ ବେଞ୍ଚ ପ୍ରେସ ୩ଟି ବିଭାଗରେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସୀମାରାଣୀ ସିଂ ସିନିୟରରେ ୧ ରୌପ୍ୟ , ଭାରତୀ ପାତ୍ର ଜୁନିୟର ଓ ସିନିୟର ଉଭୟରେ ସ୍ବର୍ଣ୍ଣ ପଦକ , ପ୍ରଭାତୀ ସିଂ ଜୁନିୟରରେ ସ୍ବର୍ଣ୍ଣ ଓ ସିନିୟରରେ ରୌପ୍ୟ , ଧାନୀମଣି ଟୁଡୁ ଜୁନିୟର ଓ ସିନିୟର ଉଭୟରେ ରୌପ୍ୟ, ଚନ୍ଦ୍ରବଦନୀ ମହାନ୍ତ ଓପନ ବେଞ୍ଚ ପ୍ରେସ୍‌ରେ ସ୍ବର୍ଣ୍ଣ, ପ୍ରବୀର ପୃଷ୍ଟି ଜୁନିୟରରେ ବ୍ରୋଞ୍ଜ ଓ ଓପନ ବେଞ୍ଚ ପ୍ରେସ୍‌ରେ ରୌପ୍ୟ , ସୁଦାମ ସିଂ ଜୁନିୟର ଓ ସିନିୟର ଉଭୟରେ ରୌପ୍ୟ, ବାପୁନ ବେହେରା ଜୁନିୟରରେ ସ୍ବର୍ଣ୍ଣ, ସତ୍ୟବ୍ରତ ବେହେରା ସିନିୟରରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ରାଜେନ୍ଦ୍ର ପରିଡା ମାଷ୍ଟର (୨)ରେ ଜଜ ସ୍ବର୍ଣ୍ଣ, ମନୋଜ କୁମାର ମହାନ୍ତ ସିନିୟରରେ ବ୍ରୋଞ୍ଜ , ଦୁଃଖିରାମ ମାରାଣ୍ଡି ସବ୍‌ ଜୁନିୟରରେ ସ୍ବର୍ଣ୍ଣ , ଶିମନ ପ୍ରଧାନ ଜୁନିୟରରେ ରୌପ୍ୟ, ଟାଟୁନାଥ ହଁାସଦା ସବ୍‌ ଜୁନିୟରରେ ସ୍ବର୍ଣ୍ଣ , ଅଭିିଷେକ ମହାନ୍ତ ଜୁନିୟର ଓ ସିନିୟର ଉଭୟରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ା ଏହି ସମସ୍ତ କୃତୀ ପ୍ରତିଯୋଗୀ ମୟୂରଭଞ୍ଜ ଜିମ୍ନାସିୟମ ଏବଂ ଶକ୍ତିମାନ ଜିମ୍ନାସିୟମରେ ନିୟମିତ କ୍ରୀଡା ଅଭ୍ୟାସ କରୁଥିଲେ। ଏଭଳିି ସଫଳତା ଲାଗି ଜିଲାର ବହୁ କ୍ରୀଡାବିତ ସେମାନଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ମୟୂରଭଞ୍ଜ ଜିଲା ଶକ୍ତି ଉତ୍ତୋଳନ ସମ୍ପାଦକ ନବ କୁମାର ସାହୁ , ମୟୂରଭଞ୍ଜ ଜିମ୍ନାସିୟମ ସଭାପତି ଗିରିଶ ଚନ୍ଦ୍ର ଦାସ , ରବୀନ୍ଦ୍ର କୁମାର ମହାନ୍ତି , ପରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ା

Share