Categories: ଜାତୀୟ

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌. ରମେଶ କୁମାରଙ୍କ ଦ୍ୱାରା ହୋଇଥିବା ଭଏସ୍‌ ଭୋଟ୍‌ରେ ୟେଦୁରପ୍ପା ପାସ୍‌ ହୋଇଛନ୍ତି। ତେବେ ବିରୋଧୀ ଦଳଙ୍କ ପକ୍ଷରୁ ଭୋଟିଂ ପାଇଁ ଦାବୀ କରାଯାଇ ନ ଥିତ୍ଲା। ଏବେ ୨୨୪ ଜଣିଆ କର୍ନାଟକ ବିଧାନସଭାର ସଦସ୍ୟ ସଂଖ୍ୟା ୨୦୭ ରହିଛି। ଜେଡିଏସ୍‌ ନୂଆ ସରକାରଙ୍କୁ ସହଯୋଗ କରିବ ବୋଲି ପୂର୍ବରୁ କହି ସାରିଥିଲା। ଅପରପକ୍ଷରେ ଭାଜପାର ସଦସ୍ୟ ସଂଖ୍ୟା ୧୦୫ ଥିବାବେଳେ ଦଳକୁ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି।

Share