Categories: ବାଣିଜ୍ୟ

ଶକ୍ତି ପୁନରୁଦ୍ଧାର କ୍ଷେତ୍ରରେ ପାଓ୍ବାର ଗ୍ରୀଡର ଯୋଗଦାନ

କଲିକତା,୧୫-୫: ଫନୀ ପରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ତଥା ତୁରନ୍ତ ଶକ୍ତି ପୁନରୁଦ୍ଧାର କାର୍ଯ୍ୟରେ ପାଓ୍ବାର ଗ୍ରୀଡ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ(ପାଓ୍ବାରଗ୍ରୀଡ) ନିଜର ଯୋଗଦାନ ରଖିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ତୁରନ୍ତ ପୁନରୁଦ୍ଧାର ପଦ୍ଧତି(ଇଆର୍‌ଏସ୍‌) ଜ୍ଞାନକୌଶଳକୁ କମ୍ପାନୀ ବ୍ୟବହାର କରୁଛି। ସେସୁ ଏବଂ ଓପିଟିସିଏଲ୍‌କୁ ସହଯୋଗର ହାତ ବଢାଇବା ସହ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶରୁ ପ୍ରାୟ ୧୦୦୦ କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରିବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା କହିଛି। ସେହିଭଳି ଏହା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଉନ୍ନତ ଶକ୍ତି ସମ୍ପନ୍ନ ଡିଜି ସେଟ, ଅଧିକ ସଂଖ୍ୟକ ବିଦ୍ୟୁତ ଖୁଣ୍ଟି, କଣ୍ଡକ୍ଟର ଏବଂ ଇନସୁଲେଟର ଉପକରଣ ଯୋଗାଇ ଦେଇଥିବା ସୂଚନା ଦେଇଛି।

Share