Categories: ବାଣିଜ୍ୟ

ଶକ୍ତି ବିତରଣ କମ୍ପାନୀଙ୍କ୨୭ ହଜାର କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୩୦-୧୨: ଦେଶର ବିଦ୍ୟୁତ ବିତରଣ କରୁଥିବା କମ୍ପାନୀଗୁଡିକ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୨୭,୦୦୦ କୋଟି ଟଙ୍କାର କ୍ଷତି ସହିଥିବା ଶକ୍ତି ମନ୍ତ୍ରୀ ଆର୍‌.କେ. ସିହ୍ନା କହିଛନ୍ତି। ବିଦ୍ୟୁତ ଶକ୍ତି ବିତରଣ ଏବଂ ବଣ୍ଟନ ବ୍ୟବସ୍ଥାରେ କମ୍ପାନୀଗୁଡିକ ସହୁଥିବା କ୍ଷତିକୁ କମାଇବା ୧୫%କୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଯୋଜନା ଧାର୍ଯ୍ୟ କରିଥିବା ସିହ୍ନା ମତ ଦେଇଛନ୍ତି। କମ୍ପାନୀଗୁଡିକ ଲଗାତାର ଭାବେ କ୍ଷତି ସହୁଥିବାରୁ ଏହା ସେମାନଙ୍କ ଚିନ୍ତାକୁ ବଢାଉଛି। କମ୍ପାନୀଗୁଡିକର କ୍ଷତିକୁ କମ୍‌ କରିବା ସହ ସେମାନଙ୍କ କାର୍ଯ୍ୟକ୍ଷମତାକୁ ବଢାଇବା ଦିଗରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ମତ ଦେଇଛନ୍ତି। କମ୍ପାନୀଗୁଡିକ ମିଟରିଂ, ବିଲିଂ ଏବଂ ବିଲ୍‌ ସଂଗ୍ରହ କ୍ଷେତ୍ରରେ ମଧ୍ୟ କ୍ଷତି ସହୁଛନ୍ତି। ପୂର୍ବରୁ ଦେଶରେ ବିଦ୍ୟୁତ ଶକ୍ତି ନିଅଣ୍ଟ ରହୁଥିଲା। ହେଲେ ସରକାର ଗତ କିଛି ବର୍ଷରେ ବିଭିନ୍ନ ପଦକ୍ଷେପ ନେବା ଯୋଗୁ ଏହି ସମସ୍ୟା ଦୂର କରାଯାଇଥିବା ସେ ମତ ଦେଇଛନ୍ତି।

Share