Posted inଫୁରସତ

ଶଗଡ଼ରୁ ଚନ୍ଦ୍ର: ଭାରତର ମହାକାଶ ଗବେଷଣାର ଏକ ଲମ୍ବା ଅଭିଯାନ

ନୂଆଦିଲ୍ଲୀ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରୟାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଜିଏସ୍‌ଏଲଭି ମାର୍କ-୩ ରକେଟ ଦ୍ୱାରା ମହାକାଶକୁ ଉତ୍‌କ୍ଷେପଣ କରିଛି। ଭାରତର ଏହା ଦ୍ୱିତୀୟ ମୁନ୍‌ ମିଶନ୍‌। ଏହା ପୂର୍ବରୁ ଚନ୍ଦ୍ରୟାନ-୧ ପଠାଯାଇଛି। ଭାରତର ଚନ୍ଦ୍ରୟାନ-୨ ସଫଳତାକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଥିବାବେଳେ ମହାକାଶ ସମ୍ବନ୍ଧୀୟ କିଛି ପୁରୁଣା ଫଟୋ ଏବେ ଚର୍ଚ୍ଚାରେ ରହିଛି। ଆଇଏଫ୍‌ଏସ୍‌ ପ୍ରବୀଣ କସଓ୍ବାନ୍‌ ଟୁଇଟରରେ ୧୯୮୧ ମସିହାରେ ଭାରତର ପ୍ରଥମ କମ୍ୟୁନିକେଶନ ସାଟେଲାଇଟ ‘ଆପଲ’ର ପରୀକ୍ଷଣ ଫଟୋ ଶେୟାର କରଛନ୍ତି। ଏହା ମାଧ୍ୟମରେ ଭାରତର ମହାକାଶ ବିଜ୍ଞାନର ଅତୀତକୁ ସ୍ମରଣ କରାଇଦେଇଛନ୍ତି। ପ୍ରବୀଣ ଆପଲ ସାଟେଲାଇଟକୁ ଏକ ଶଗଡ଼ ଉପରେ ରଖାଯାଇଥିବା ଫଟୋର କ୍ୟାପଶନ ରଖିଛନ୍ତି‘ଫ୍ରମ୍‌ ବୁଲକ୍‌ କାର୍ଟ ଟୁ ମୁନ୍‌’। ଶଗଡ଼ ଉପରୁ ଆରମ୍ଭ ହୋଇଥିବା ସାଟେଲାଇଟର ଏହି ଯାତ୍ରା ଏବେ ପିଏସ୍‌ଏଲଭି, ଜିଏସ୍‌ଏଲଭି. ମମ୍‌,ମୁନ୍‌ ଆଣ୍ଡ୍‌ ମୁନ୍‌ ଲ୍ୟାଣ୍ଡର ଯାଏ ଲମ୍ବିଗଲାଣି। ଆସନ୍ତା ବର୍ଷ ସନ୍‌ ମିଶନର ଯୋଜନା ବି କରାଯାଇଛି। ଭାରତୀୟ ମହାକାଶ ବିଜ୍ଞାନର ସଫଳତା ଲାଗି ସବୁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଭାରତ ପାଇଁ ଗୌରବର ବିଷୟ ବୋଲି ପ୍ରବୀଣ କହିଛନ୍ତି। ପ୍ରବୀଣ ପ୍ରଥମେ ଏହିି ଫଟୋ ପୋଷ୍ଟ କରିବା ପରେ ଅନ୍ୟମାନେ ଆଉ କିଛି ପୁରୁଣା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଆପଲ ସାଟେଲାଇଟ ବିକାଶ କରାଯିବା ସମୟରେ ଇସ୍ରୋ ନିକଟରେ ଅଧିକ ମେନ୍‌ଫ୍ରେମ କମ୍ପ୍ୟୁଟର ନଥିଲା । ଥର୍ମାଲ , ଷ୍ଟ୍ରକ୍‌ଚରାଲ ଓ ମିଶନ ଆନାଲିସିସ ପାଇଁ ସେତେବେଳେ ଆବଶ୍ୟକ କମ୍ପ୍ୟୁଟିଂ ଟାଇମ୍‌ ମିଳୁନଥିଲା। ଇସ୍ରୋ ଇଞ୍ଜତ୍ିନିୟରମାନେ ରାତିରେ ଆଇଆଇଟି ମାଡ୍ରାସ,ଆଇଆଇଏସସି ଓ ଟିଆଇଏଫଆର୍‌କୁ ରାତିରେ ଯାଇ କମ୍ପ୍ୟୁଟରରେ କାମ କରୁଥିଲେ ବୋଲି କହନ୍ତି ଇସ୍ରୋର ବୈଜ୍ଞାନିକ ତଥା ଆପଲ ପ୍ରୋଜେକ୍ଟ ଡାଇକ୍ଟେର ଆର ଏମ୍‌ ଭାସଗମ୍‌। ଫ୍ରାନ୍ସର ଗୁଏନା ସ୍ପେସ ସେଣ୍ଟର, କୌରୋରରୁ ଉତ୍‌କ୍ଷେପଣ କରାଯିବା ପୂର୍ବରୁ ଚୂଡାନ୍ତ ପରୀକ୍ଷଣ କରାଯିବା ଲାଗି ତାହାକୁ ଟୌଲୋସକୁ ନେବାରେ ସମସ୍ୟା ରହିଥିଲା। ତଥାପି ଏହି ସମସ୍ୟାର ସମାଧାନ କରାଯାଇଥିଲା ଓ ତାହା ପୁଣି ବିଳମ୍ବରେ,ପରିବହନ ଖର୍ଚ୍ଚ ୧୫୦ଟଙ୍କାରେ। ଏକ ଶଗଡରେ ତାହାକୁ ନିଆଯାଇଥିଲା। ବିନା ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ନେବାକୁ ଥିବାରୁ ଏହି ବ୍ୟବସ୍ଥା କରାଯାଇଥିଲା । ଏକ ଖୋଲା ପଡିଆରେ ଏହାର ଆଣ୍ଟିନା ଟେଷ୍ଟ୍‌ କରାଯାଇଥିଲା। ଏହାପରେ ଫ୍ୟାନ୍ସର ଗୁଏନା ସ୍ପେସ୍‌ ସେଣ୍ଟରରୁ ଜୁନ ୧୯, ୧୯୮୧ରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହି ସାଟେଲାଇଟର ଡିଜାଇନ ଓ ନିର୍ମାଣ ପାଇଁ ଦୁଇ ବର୍ଷ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri