Categories: ଜାତୀୟ

ଶଗଡ଼ରେ ପିଲାଙ୍କୁ ସ୍କୁଲ ପଠାଇଲେ ଅଭିଭାବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀକାକୁଲମ୍‌,୧୭।୧୦: ଆନ୍ଧ୍ରପ୍ରଦେଶରେ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍‌ ସେବା ଶ୍ରୀକାକୁଲଏମ୍‌ ସ୍ଥିତ କୋମାରାଡ଼ା-କୁନେରା ରାଜ୍ୟ ରାଜପଥରେ ବନ୍ଦ କରିଦିଆଯାଇଛି। ଏହାକୁ ବିରୋଧ କରି କୋମାରାଡ଼ା ଗ୍ରାମବାସୀ ନିଜ ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଶଗଡ଼ ଗାଡ଼ିର ବ୍ୟବହାର କରୁଛନ୍ତି। ସେମାନେ ଶଗଡ଼ ଭଡ଼ାରେ ଆଣି ପିଲାଙ୍କୁ ସ୍କୁଲ ନେବା ଆଣିବା କାର୍ଯ୍ୟରେ ଲଗାଇଛନ୍ତି। ଏହି ରାସ୍ତାର ଅବସ୍ଥା ଖରାପ ଥିବାରୁ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍‌ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଇତି ମଧ୍ୟରେ ଏକ ମାସ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share