Categories: ଜାତୀୟ

ଶଗଡ ଗାଡିରେ ବିବାହ କରିବାକୁ ଗଲେ ବର

ଭୋପାଳ, ୩୦।୫: ବିବାହରେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଜଣେ ଯୁବକ ଅଭିନବ ପ୍ରନ୍ଥା ଆପଣାଇଛନ୍ତି। ପୁରୁଣା ପ୍ରଥା ଏବଂ ପରମ୍ପରାକୁ ବଜାୟ ରଖି ଶଗଡ ଗାଡିରେ ବସି ବିବାହ ମଣ୍ଡପକୁ ଯାଇଥିଲେ। ମଧ୍ୟପ୍ରଦେଶର ଛପ୍ରା ଗାଁରେ ରହୁଥିବା ସୋନେବନ ନିଜ ପୁଅଙ୍କ ବିବାହ ସାଧାସିଧା କରିବାକୁ ଚାହୁଁଥିଲେ। ତେଣୁ ବାଣ, ଲାଇଟ୍‌ରୁ ପରିବର୍ତ୍ତେ ଗୋଟିଏ ଶଗଡ ଗାଡିକୁ ଫୁଲରେ ସଜେଇ ବର ବସି ବାହାରିଥିଲେ। ଏଭଳି ଅଜବ ବିବାହକୁ ଦେଖିବା ପାଇଁ ରାସ୍ତାରେ ଭିଡ ଜମିଥିଲା।

Share