ଶଟଡାଉନ ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଭଦ୍ରକ ଅଫିସ,୫।୪ : ଭଦ୍ରକ ସହରର ଶଟଡାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଏ. ଅଭୟ। ସେ ସହରର ମୁଖ୍ୟ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ପୁରୁଣା ବଜାର ଅଞ୍ଚଳ ବୁଲି ଥିଲେ। ତାଙ୍କ ସହ ବାଲେଶ୍ୱର ଆଇଜି ଦୀପ୍ତେଶ ପଟ୍ଟନାୟକ, ଭଦ୍ରକ ଏସପି ରାଜେଶ ପଣ୍ଡିତ ସାମିଲ ଥିଲେ। ଶଟଡାଉନ ସମୟରେ ୧୭ ଜଣ ଆଇନ ଉଲଂଘନକାରୀଙ୍କୁ ଗିରଫ କରାଯାଇ କ୍ୱାରାଣ୍ଟାଇନରେ ରଖାଯାଇଛି। ସୂଚନା ଥାଉକି ଭଦ୍ରକରେ ୩ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏନେଇ ସହରରେ ସୁରକ୍ଷା ବ୍ୟବସ୍ଥା ଲାଗି ୧୯ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇଛି। ମୋଟ ୭ଟି ମେଡ଼ିସିନ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।