ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି  ରୁପା ଅଳଙ୍କାର ସବୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୫ହଜାର ଟଙ୍କା। ସୂଚନାଯୋଗ୍ୟ, ମାଲିକ ଦିଗମ୍ବର ରଣା ଦୋକାନର ଉପର ମହଲାରେ ରହୁଥିବା ବେଳେ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ ତାଙ୍କ ଦୋକାନରେ କେହି ଦୁର୍ବୃତ୍ତ ଚୋରି କରୁଥିବା ନେଇ ଦିଗମ୍ବର ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚିଲା ବେଳକୁ ଚୋର ଦୋକାନରୁ ଗହଣା ନେଇ ଫେରାର ହୋଇଯାଇଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share