ଭୁବନେଶ୍ୱର, ୫।୬(ବ୍ୟୁରୋ): ଜୁନ୍ ୩୦ ତାରିଖ ଯାଏ ପ୍ରତି ସପ୍ତାହର ୨ ଦିନ ଶନିବାର ଓ ରବିବାର ୧୧ ଜିଲା ଶଟ୍ଡାଉନ୍ ରହିବ। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ଶଟ୍ଡାଉନ୍ ସମୟରେ ମେଡିକାଲ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ। ସେହିଭଳି ଆର୍ବିଆଇ, କ୍ଲିୟରିଂ ହାଉସ୍, ଏଟିଏମ୍, ଏୟାରପୋର୍ଟ, ଷ୍ଟେଶନ୍, ବସ୍ ଟର୍ମିନାଲ ସହ ଜଡ଼ିତ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି। ସ୍ବିଗି, ଜୋମାଟୋ ଆଦିର ଡେଲିଭରି ବୟ ଏହି ସମୟରେ ଯା’ଆସ କରିପାରିବେ। ଖବରକାଗଜ ହକର୍ଙ୍କୁ ସକାଳ ୫ଟାରୁ ୮ଯାଏ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଏଲ୍ପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ମଧ୍ୟ ଅନୁମତି ଦିଆଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି।