ଗଞ୍ଜାମ,୨୦।୬(ଡି.ଏନ୍.ଏ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜାର ଯାଏ ଉନ୍ନତିକରଣ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ କରୋନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇ ଦିନ ଧରି ରାଜ୍ୟରେ ଶଟ୍ଡାଉନ୍ ଘୋଷଣା କରାଯାଇଛି l କିନ୍ତୁ ଏହାକୁ ନିର୍ମାଣକାରୀ ସଂସ୍ଥା ମାନୁ ନ ଥିବା ଅଭିଯୋଗ ହୋଇଛି। ତେବେ ଶଟ୍ଡାଉନ୍ ସମୟରେ ଚାଲିଥିବା କାର୍ଯ୍ୟକୁ ତହସିଲଦାର ଅବନୀ କୁମାର ସାହୁ ବନ୍ଦ କରିଥିବା ଜଣାପଡ଼ିଛି। କେବଳ ମେସିନ ଦ୍ୱାରା ଯେଉଁ କାମ ହୋଇପାରିବ ସେହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ କାର୍ଯ୍ୟବନ୍ଦ ସମୟରେ ଘଟଣାସ୍ଥଳରେ ଆରଆଇ ମଧ୍ୟ ଉପସ୍ଥିତ ଥିଲେ ।