ପାଟକୁରା,୭।୬(ଡି.ଏନ୍.ଏ.): ରାଜ୍ୟ ସରକାର ୧୧ଟି ଜିଲାରେ ଜୁନ୍ ମାସ ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ସେଥି ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଭୁକ୍ତ। ତେବେ ରବିବାର ଜିଲାର ଗରଦପୁର ବ୍ଲକ ଅଞ୍ଚଳରେ ଶଟ୍ଡାଉନ୍ ପ୍ରଭାବ ଦେଖିବାକୁ ମିଳିଛି। ଶନିବାର ଅଞ୍ଚଳ ଶୂନଶାନ ହୋଇ ଯାଇ ଥିବା ବେଳେ ରବିବାର ମଧ୍ୟ ସେହି ଅବସ୍ଥା ଦେଖିବାକୁ ମିଳୁଛି। ଅଞ୍ଚଳର ପ୍ରମୁଖ ବାଣିଜ୍ୟ ପେଣ୍ଠ କୁହାଯାଉଥିବା ନୂଆବଜାର ପାଟକୁରା, ଗରଦପୁର ବନ୍ଦ ରହିଥିବା ବେଳେ ଅତ୍ୟବଶ୍ୟକ ସାମଗ୍ରୀ ଦୋକାନ ଖୋଲିଛି।