ଶଟ୍‌ଡାଉନ୍‌ ସମୟରେ ଚାଲିବ ବସ୍‌, ଅଟୋ,ଟ୍ୟାକ୍ସି

କଟକ ଅଫିସ,୪।୬- କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୧୧ଟି ଜିଲାରେ ସବୁ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗୀର ଜିଲାରେ ସାଧାରଣ ଗତିବିଧିକୁ ନିଷିଦ୍ଧ କରାଯାଇଛି। ତେବେ ସଟ୍‌ଡାଉନ୍‌ ସମୟରେ ଉପରୋକ୍ତ ଜିଲା ଗୁଡିକରେ ବସ୍‌ ଚଳାଚଳ ସ୍ବାଭାବିକ ରହିବ। ଅଟୋ ଏବଂ ଟ୍ୟାକ୍ସିଂ କେବଳ ଏହି ସମୟରେ ବିମାନ, ରେଳ ଯୋଗେ ଫେରୁଥିବା ଯାତ୍ରୀଙ୍କୁ ନେବା ଆଣିବା ପାଇଁ ବ୍ୟବହାର କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ କୁହାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଅନୁମତି ପ୍ରଦାନ କରାଯାଇଥିବା ଏସ୍‌ଟିଏ ତରଫରୁ କୁହାଯାଇଛି।

Share