ଶଟ୍‌ଡାଉନ ସମୟରେ ମାଛ, ମାଂସ, ଅଣ୍ଡା ହୋମ୍‌ଡେଲିଭରି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ସପ୍ତାହକୁ ଯେଉଁଦିନ ସରକାର ଶଟ୍‌ଡାଉନ ଘୋଷଣା କରିଛନ୍ତି ସେହିଦିନଗୁଡିକରେ ଅନ୍‌ଲାଇନ ଜରିଆରେ କୁକୁଡ଼ା, ମାଛ ଏବଂ ଚିଙ୍ଗୁଡି ଯୋଗାଇ ଦିଆଯିବ। ରାଜଧାନୀସ୍ଥିତ ଓପୋଲଫେଡ ଓ ଚିଲିକା ଫ୍ରେସ୍‌ ବିକ୍ରୟ କେନ୍ଦ୍ର ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଅଣ୍ଡା, କୁକୁଡ଼ା ମାଂସ ଓ ଚିଙ୍ଗୁଡି ଆଦି ଲୋକଙ୍କ ଘରେ ପହଞ୍ଚାଯିବ। ଗ୍ରାହକମାନେ ହୋମ ଡେଲିଭରି ଅର୍ଡର ପାଇଁ ଚିଲିକା ଫ୍ରେସ୍‌ କେନ୍ଦ୍ରର ଜେନେରାଲ ମ୍ୟାନେଜରଙ୍କ ମୋବାଇଲ ନଂ. ୭୮୯୪୯୨୧୫୩୭ରେ ଯୋଗାଯୋଗ କରିପାରିବେ। ଓପଲଫେଡ୍‌ ବିକ୍ରୟ କେନ୍ଦ୍ରର ବିଭିନ୍ନ ନମ୍ବର ମଧ୍ୟ ଜାରି କରାଯାଇଛି।

Share